ସହଜ ରେ ସିନା ଗଲୁ ତୁ ଭୁଲି,ତତେ ମୁଁ ପାରୁନି ଭୁଲି ;
ସପନରେ ତୁ ଏବେବି ଆସୁଛୁ, ସହିପାରୁନି ଏ ଛାତି ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଫିକା ଫିକା ଲାଗେ ଏ ଦୁନିଆ ॥
ମରିବା ଭିତରେ ମତେ ଜୀଇଁବା ଶିଖେଇ;
ଜୀବନ ର କାନ୍ଦ ବେଳେ ଦେଲୁ ତୁ ହସେଇଇ;
ସାଥି ହୋଇ ଚାଲିବାକୁ କଥା ତୁ ଦେଇ;
ବାଟ ଭାଙ୍ଗି ଚାଲିଗଲୁ କହ କିଂ ପାଇ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଫିକା ଫିକା ଲାଗେ ଏ ଦୁନିଆ ॥
ସକାଳ ର ପକ୍ଷୀ ପୁଣି ଫେରେ ସଞ୍ଜ କୁ;
ବାଟ ଭୁଲା ଗାଈ ପୁଣି ଫେରେ ଗୋଠ କୁ ;
ତୋ ବାଟ କୁ ଚାହିଁ ଆଜି ବସିଛି ଯ ;
କହ କେବେ ଫେରି ଆସିବୁ ତୁ ॥
କହ କେବେ ଫେରି ଆସିବୁ ତୁ ॥
ପ୍ରିୟା .. ପ୍ରିୟା ... ତୋ ବିନା;
ଭଲ ଲାଗେ ନାହି ଏ ଦୁନିଆ ॥
by -sumit@me